ମୁମ୍ବାଇ: କିଛି ଦିନ ଅନ୍ତରରେ ଫିଲ୍ମ କରନ୍ତି, ହେଲେ ଏକ ଜବରଦସ୍ତ ଫିଲ୍ମ କରି ଦର୍ଶକଙ୍କୁ ଖୁସି କରାଇବାରେ ମାହିର ଆମୀର ଖାନ୍। ଏଥର ଏପରି କ’ଣ କରିଦେଲେ ଯେ ଦର୍ଶକ ତାଙ୍କ ଉପରେ ଭଡ଼କି ଗଲେ। ନିକଟରେ ଆମୀର ଖାନ୍ଙ୍କ ଚଳଚ୍ଚିତ୍ର ଲାଲ୍ ସିଂହ ଚଡ୍ଢାର ଟ୍ରେଲର୍ ରିଲିଜ୍ ହୋଇଯାଇଛି। ଏହି ଟ୍ରେଲର୍ ଦେଖିବା ପରେ ଆମୀରଙ୍କର କିଛି ପ୍ରଶଂସକ ତାଙ୍କୁ ଖୁବ୍ ପସନ୍ଦ କରିଥିବା ବେଳେ ଆଉ କିଛି ଜଣ କହିଛନ୍ତି କି ତାଙ୍କ ଆଶାରେ ଆମୀର ପାଣି ଫିଙ୍ଗି ଦେଇଛନ୍ତି।ଚଳଚ୍ଚିତ୍ରଟି ହଲିଉଡ୍ ଚଳଚ୍ଚିତ୍ର ‘ଫରେଷ୍ଟ୍ ଗମ୍ପ୍’ର କପି ହୋଇଥିବା ବେଳେ ଅମୀର ଆଦୌ ବି ସେଥିରେ ଭଲ ଅଭିନୟ କରିନାହାନ୍ତି ବୋଲି ଦର୍ଶକ ଅଭିଯୋଗ ଆଣିଛନ୍ତି। କିଛି ଲୋକ ଏହି ଆଇକନିକ୍ ଚଳଚ୍ଚିତ୍ରର ରିମେକ୍ ବନାଯାଇଥିବାର ନିଜର କ୍ଷୋଭ ପ୍ରକାଶ କରିଛନ୍ତି। ଅମୀର ଖାନ୍ ଟମ୍ ହାକ୍ସଙ୍କୁ କପି କରିଛନ୍ତି ବୋଲି କହି ଦର୍ଶକମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।ଏକ ଆଇକନିକ୍ ପର୍ଫମାନ୍ସକୁ ଆମୀର ଖରାପ କରିଛନ୍ତି ବୋଲି ଦର୍ଶକ ଅଭିଯୋଗ ଆଣିଛନ୍ତି। ଆଉ କିଛି ଦର୍ଶକଙ୍କୁ ଲାଗୁଛି ଆମୀରଙ୍କର ଏହି ପର୍ଫର୍ମାନ୍ସ ଧୁମ୍୩ ଓ ପିକେଠୁ ବି ଅଧିକ ଭଲ। ଜଣେ ଦର୍ଶକ ଟ୍ରେଲର୍ ଦେଖି ଲେଖିଛନ୍ତି, ‘ଏପରି ବକ୍ବାସ୍ ଚଳଚ୍ଚିତ୍ର ମୁଁ ଆଗରୁ କେବେ ବି ଦେଖିନି। ଗୋଟେ ବି ସିନ୍ ଦେଖିବା ଭଳି ନାହିଁ।’
