ଭୁବନେଶ୍ୱର: ରାଜ୍ୟସଭା ଟିକେଟରୁ ବଞ୍ଚିତ ହେବା ପରେ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ପାଟ୍ଟଶାଣୀ କହିଛନ୍ତି, ମୁଁ ତ କେବେ କହି ନାହିଁ, ମୁଁ ରାଜ୍ୟସଭା ଯିବି ବୋଲି | ମୁଖ୍ୟମନ୍ତ୍ରୀ କହିଥିଲେ ତେଣୁ ମୁଁ ତାଙ୍କୁ ସମ୍ମାନ ଜଣାଉଛି। ରାଜ୍ୟସଭା ପାଇଁ ମୁଁ କଣ ଲାଳାୟତ ହୋଇଛି କି ? ମୋତେ ପଠାଅ ପଠାଅ ବୋଲି କହିଛି କେବେ ? ସେ ମୋର ସୁପ୍ରିମୋ ସେ କହିଥିଲେ। ଦଳର ଭଲ ପାଇଁ ଯାଇ ଲଢେଇ କରୁ। ସେ ନିଜେ କହିଥିଲେ, ସେ କଣ ଭାବିଲେ ସେ ଭିତରେ ବା ତାଙ୍କ ଭାବନା ଭିତରକୁ ମୁଁ କେମିତି ଯିବି। କାରଣ ଆମର ଏଠି ଯେଉଁମାନେ ଭଲ କାମ କରନ୍ତି କିଛି ନିନ୍ଦୁକ ଆଉ ଇର୍ଷୁକ ସମାଲୋଚନା ଆରମ୍ଭ କରି ଦିଅନ୍ତି। ମୁଁ ଦେଖିଚି, କେତେ ଦଳରେ ଥିଲି ପରା, ହାତରେ ଥିଲି, ହାତୀରେ ଥିଲି, ଚକ୍ରରେ ଥିଲି, ଶଙ୍ଖରେ, ଆଉ କେତେ ଦଳରେ ଥାନ୍ତି, ସବୁ ଦଳକୁ ଚିହ୍ନି ଦେଇଛି। ମୁଁ ଆଉ ଆଶାୟୀ ନାହିଁ । କାହିଁକି ହେବି ଆଶାୟୀ, ଆଶା ହେଉଛି ନିରାଶାର କାରଣ।
