ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ହୋଷ୍ଟ କରୁଥିବା ସୋ’ ଲକ୍ ଅପ୍ ଏବେ ଶେଷ ହୋଇଛି। ବିଜୟୀ ହୋଇ ପ୍ରତିଯୋଗୀ ମୁନୱର ଫାରୁକୀ ପୁରସ୍କାର ନିଜ ଘରକୁ ନେଇଛନ୍ତି। ଏହି ସୋ’ ଶେଷ ହେବାର ଏକ ସପ୍ତାହ ହୋଇସାରିଥିବା ବେଳେ ଏବେ କଙ୍ଗନା ଓ ପ୍ରତିଯୋଗୀ ପାୟଲ ରୋହତଗିଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଛି। କଙ୍ଗନାଙ୍କୁ ସୋସିଆଲ ମିଡିଆରେ ଅନଫଲୋ କରିବା ସହ ସଲମାନ ଖାନଙ୍କ ସହ ଦେଖା ହେବା ପରେ କଙ୍ଗନା ରିୟାଲିଟି ସୋ’ ‘ଲକ୍ ଅପ’ର ବିଜେତା ବଦଳାଇ ଦେଲେ ବୋଲି କହିଛନ୍ତି ପାୟଲ।