ଦିଲ୍ଲୀରେ ଅଗ୍ନିକାଣ୍ଡ, ୨୭ ମୃତ; ଅଫିସ୍, ବିଦ୍ୟୁତ୍ ଉପକରଣ ଗୋଦାମ ଜଳିଗଲା

Spread the love

ନୂଆଦିଲ୍ଲୀ : ଦିଲ୍ଲୀର ମୁଣ୍ଡକାସ୍ଥିତ ଏକ ଘରୋଇ ଅଫିସ୍କମ୍ପ୍ଲେକ୍ସରେ ଶୁକ୍ରବାର ଦିନ ଭୟାବହ ଅଗ୍ନିକାଣ୍ଡ ଘଟି ୨୭ ଜଣଙ୍କ ମୃତ୍ୟୁ ଘଟିଛି। ଅଗ୍ନିଶମ ବାହିନୀ ରାତି ୧୨ଟା ସୁଦ୍ଧା ୨୭ଟି ମୃତଦେହ ଉଦ୍ଧାର କରିଛନ୍ତି ଏବଂ ଆହୁରି ୩୦ରୁ ଅଧିକ ଲୋକ ଏହି ମହଲା ବିଶିଷ୍ଟ କୋଠାରେ ଫସି ରହିଥିବା ଜଣାପଡ଼ିଛି। ଅଗ୍ନିଶମ ବାହିନୀର ୧୫ଟି ଟିମ୍ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ୪୦ରୁ ଅଧିକ ଆହତଙ୍କୁ ସଂଜୟ ଗାନ୍ଧି ମେମୋରିଆଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଜଣ ଆହତଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବା ହସ୍ପିଟାଲ ସୂତ୍ରରୁ ଜଣାପଡ଼ିଛି ଅଗ୍ନିକାଣ୍ଡଜନିତ ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି ।ବିଭିନ୍ନ ଘରୋଇ ସଂସ୍ଥାର ମିଳିତ ଅଫିସ ଥିବା ଏହି କୋଠାରେ ଏକ ବିଦ୍ୟୁତ ଉପକରଣ ଗୋଦାମ ମଧ୍ୟ ଥିଲା। ପଶ୍ଚିମ ଦିଲ୍ଲୀ ମେଟ୍ରୋ ଷ୍ଟେସନ୍ନିକଟରେ ଥିବା ଏହି ଅଫିସ୍ ସିସିଟିଭି ଗୋଦାମରେ ପ୍ରଥମେ ନିଆଁ ଲାଗିଥିଲା। ଏହି ସମୟରେ ପ୍ରାୟ ୧୫୦ କର୍ମଚାରୀ କାମ କରୁଥିଲେ। ତଳ ମହଲାରୁ ନିଆଁ ତତ୍କ୍ଷଣାତ ତୃତୀୟ ମହଲା ପର୍ଯ୍ୟନ୍ତ ମାଡ଼ି ଯାଇଥିଲା ଏବଂ ପ୍ରବଳ ଧୂଆଁ ଯୋଗୁଁ ଅଣନିଶ୍ବାସୀ ହୋଇ ଅନେକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଅଗ୍ନିଶମ ବାହିନୀର ୨୫ଟି ଗାଡ଼ି ନିଆଁ ଲିଭାଇବାରେ ନିୟୋଜିତ ହୋଇଥିଲା ଏବଂ ଡାଇଡ୍ରୋଲିକ୍‌ ‌କ୍ରେନ୍ଦ୍ବାରା ଭିତରେ ଫସିଥିବା ଲୋକଙ୍କୁ ଉଦ୍ଧାର ସମୟରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଯାଇଥିଲା। ଏହି କୋଠାର ମାଲିକଙ୍କୁ ପୁଲିସ ଅଟକ ରଖିଥିବା ଜଣାପଡ଼ିଛି ଏହି ବିଶାଳ କୋଠାରେ ଅଗ୍ନି ନିୟନ୍ତ୍ରଣ ପାଇଁ କୌଣସି ସୁରକ୍ଷା ବ୍ୟବସ୍ଥା ନଥିଲା। ଫାୟାର ଏକ୍ଜିଟ୍ନଥିବାରୁ ଲୋକେ ସେଠାରୁ ଖସିବାକୁ ବାଟ ପାଇନଥିଲେ। ଅପରାହ୍ନ ୫ଟାରେ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ ମଧ୍ୟ ପ୍ରବଳ ନିଆଁ କଳା ଧୂଆଁ ଭିତରେ ଫସିଥିବା ଲୋକେ ଏହି କୋଠାର କେଉଁ ଅଂଶରେ ଅଛନ୍ତି ତାହା ମଧ୍ୟ ଜଣାପଡ଼ିନଥିଲା ଏବଂ ରାତି ସାଢ଼େ ୧୦ଟାରେ ମୃତାହତଙ୍କ ସଂପର୍କରେ ସ୍ଥିତି ସ୍ପଷ୍ଟ ହୋଇଥିଲା।ମୁଣ୍ଡକା ଅଗ୍ନିକାଣ୍ଡ ନେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଦୁଃଖ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ଏବଂ ଆହତଙ୍କ ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ଏଭଳି ଭୟାବହ ଅଗ୍ନିକାଣ୍ଡ ଘଟଣା ତାଙ୍କୁ ସ୍ତବ୍ଧ କରିଦେଇଛି। ଅଧିକାରୀମାନଙ୍କ ସହ ନିରନ୍ତର ସଂପର୍କରେ ରହିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ, ବିଜେପି ନେତା ମନୋଜ ତିୱାରୀ ପ୍ରମୁଖ ଏହି ଭୟାବହ ଅଗ୍ନିକାଣ୍ଡ ନେଇ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତାହତଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।

Leave a Reply

Your email address will not be published.