କର୍ଣ୍ଣାଟକରେ ଫେରିଲା ହିଜାବ ବିବାଦ। ମାଙ୍ଗାଲୋର ବିଶ୍ୱବିଦ୍ୟାଳୟରେ ହିଜାବ ପିନ୍ଧିଥିବା ଛାତ୍ରୀଙ୍କୁ ମିଳିଲାନାହିଁ ପ୍ରବେଶ ଅନୁମତି।

Spread the love

କର୍ଣ୍ଣାଟକରେ କିଛି ଦିନର ଅନ୍ତର ପରେ ପୁଣି ଥରେ ହିଜାବକୁ ନେଇ ବିବାଦ ଆରମ୍ଭ ହୋଇଛି । ମାଙ୍ଗାଲୋର ବିଶ୍ୱବିଦ୍ୟାଳୟର ଶନିବାର କିଛି ଛାତ୍ରୀ ହିଜାବ ପରିଧାନ କରି କ୍ଲାସକୁ ଆସିଥିଲେ । ତେବେ ସେମାନଙ୍କୁ କ୍ଲାସରୁମରେ ପ୍ରବେଶ ପାଇଁ ଅନୁମତି ଦିଆଯାଇନଥିଲା । ଏହା ପରେ ଏହାକୁ ନେଇ ରାଜ୍ୟରେ ପୁଣି ଥରେ ବିବାଦ ଆରମ୍ଭ ହୋଇଯାଇଛି । ସେପଟେ ରାଜ୍ୟର ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ଏ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଏହି ପ୍ରସଙ୍ଗ ଉଠାଇବାର କୌଣସି ଆବଶ୍ୟକତା ନାହିଁ । ଅଦାଲତ ଏହା ଉପରେ ନିଜର ଫଇସଲା ଶୁଣାଇସାରିଛନ୍ତି । ଏହାକୁ ସମସ୍ତେ ମାନିବା ଦରକାର । କୋର୍ଟଙ୍କ ନିର୍ଦ୍ଦେଶଙ୍କୁ ସମସ୍ତେ ପାଳନ କରିବା ଦରକାର ।

ମାଙ୍ଗାଲୋର ବିଶ୍ୱ ବିଦ୍ୟାଳୟରେ ଶନିବାର କିଛି ଛାତ୍ରୀ ହିଜାବ ପିନ୍ଧି କ୍ଲାସ କରିବାକୁ ଆସିଥିଲେ । ତେବେ ତାଙ୍କୁ କ୍ଲାସ କରିବାକୁ ଅନୁମତି ଦିଆଯାଇନଥିଲା । ବିଶ୍ୱବିଦ୍ୟାଳୟର ଡା. ଅନସୁୟା ରାୟ ଛାତ୍ରୀମାନଙ୍କୁ ହିଜାବ ହଟାଇ ଶ୍ରେଣୀଗୃହରେ ପ୍ରବେଶ ପାଇଁ କହିଥିଲେ । ତେବେ ସେମାନେ ଏଥିରେ ରାଜି ହୋଇନଥିବାରୁ କ୍ଲାସ କରିପାରିନଥିଲେ । ପରେ ଛାତ୍ରୀମାନେ ଲାଇବ୍ରେରୀ ଯାଇଥିଲେ, ତେବେ ସେଠାରେ ମଧ୍ୟ ତାଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିନଥିଲା ।

Leave a Reply

Your email address will not be published.