ପ୍ରାଚୀନଦୀର ପୁନରୁଦ୍ଧାର: କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ୍‌ଙ୍କୁ ସାକ୍ଷାତ କଲେ ସାଂସଦ ଅପରାଜିତା

Spread the love

ନୂଆଦିଲ୍ଲୀ: ପ୍ରାଚୀନଦୀର ପୁନରୁଦ୍ଧାର ନିମନ୍ତେ ୨୯୭.୮୧ କୋଟି ଟଙ୍କାର ପ୍ରକଳ୍ପ ନେଇ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱାତଙ୍କୁ ଆଜି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ସାକ୍ଷାତ କରିଛନ୍ତି।ଏହି ପ୍ରକଳ୍ପରେ ମୋଟ ୭ ଟି ସେତୁ ନିର୍ମାଣ, ନଦୀ ଶଯ୍ୟା ଖନନ, ଜଳାଶୟ ତିଆରି, ପାର୍ଶ୍ୱ ରାସ୍ତା ନିର୍ମାଣ, ପାଚେରି ନିର୍ମାଣ, ମୃତ୍ତିକା/ଜଳ କ୍ଷୟ ରୋକିବା ପାଇଁ ପ୍ରାଚୀର, ବୃକ୍ଷରୋପଣ, ସମୁଦ୍ର ମୁହାଣ ନବୀକରଣ ଆଦି କାର୍ଯ୍ୟ ଅନ୍ତର୍ଭୁକ୍ତ।

ପରିପଳ୍ପିତ କାର୍ଯ୍ୟ ସାକାର ହେଲେ ପ୍ରାଚୀନଦୀ ପୁଣି ଜୀବନ୍ୟାସ ପାଇବ। ଏହାଦ୍ୱାରା ପରିବେଶ ସୁରକ୍ଷିତ ରହିବା ସହ ବହୁ ମହତ୍ୱପୂର୍ଣ ସ୍ଥାନର ରକ୍ଷଣାବେକ୍ଷଣ କରାଯାଇ ପାରିବ। ନଦୀ ଶଯ୍ୟା ଖନନ ଫଳରେ ଭୂତଳ ଜଳସ୍ତର ବୃଦ୍ଧି ପାଇ ସହ ଜଳରୁ ଲବଣ ଅଂଶ ହ୍ରାସ ପାଇବ। ତେଣୁ, ଏହା ଜନସାଧାରଣଙ୍କ ପାନୀୟ ଜଳ ଯୋଗାଣରେ ପ୍ରମୁଖ ଭୂମିକା ନେଇ ପାରିବ।

ଏହା ବ୍ୟତିରେକେ, ଏହି ପ୍ରକଳ୍ପ ଯୋଗୁଁ ଅପାତତଃ ୮୭୦୦ ହେକ୍ଟର ଚାଷଜମି ପାଇଁ ଜଳସେଚନ ବ୍ୟବସ୍ଥା କରାଯାଇପାରିବ। ଫଳତଃ, କୃଷି ମତ୍ସ୍ୟଚାଷ ଓ  ପ୍ରାକୃତିକ ପର୍ଯ୍ୟଟନ ସ୍ଥଳୀର ବ୍ୟାପକ ଅଭିବୃଦ୍ଧି ହୋଇ ପାରିବ।

Leave a Reply

Your email address will not be published.