ବର୍ଷିଲେ ସିଦ୍ଧାନ୍ତ ମହାପାତ୍ର କହିଲେ ଭୁଲ କରିନୁ- ଅନୁଭବକୁ ଦେଲେ ଏହି 2 ଉପଦେଶ

Spread the love

ଅଭିନେତା ଅନୁଭବ ମହାନ୍ତି ପୁଣି ଏକ ଭିଡିଓ ପୋଷ୍ଟ କରି ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହ ସେ ବିତାଇଥିବା ୮ ବର୍ଷର ବୈବାହିକ ଜୀବନର ବିଷୟରେ ସବୁ କଥା କହିଛନ୍ତି। ଏଥିରେ ସେ ବର୍ଷା ଓ ତାଙ୍କ ମଧ୍ୟରେ ଦୀର୍ଘ ବର୍ଷ ଧରି ଚଳିଆସିଥିବା ସବୁ ଘଟଣା କୁ ସାମନାକୁ ଆଣିଛନ୍ତି। ଏହି ଭିଡିଓରେ ସେ କାହିଁକି ବର୍ଷାଙ୍କଠାରୁ ଅଲଗା ହେବା ଲାଗି ଛାଡ଼ପତ୍ର ଆବେଦନ କଲେ, ତାହା ଦର୍ଶାଇଛନ୍ତି। ସେ ଆଉ ମଧ୍ୟ ମିଡ଼ିଆକୁ ନିନ୍ଦା କରିବା ସହ  କହିଛନ୍ତି ତାଙ୍କ କଥାକୁ କେହି ବିଶ୍ବାସ ନ କରି, ଏକପାଖିଆ ଭାବେ ବର୍ଷାଙ୍କ ମତକୁ ସତ ବୋଲି ପ୍ରଚାର କରୁଛନ୍ତି ।  ଯାହା ଫଳରେ ଜନତା ଜାଣି ପାରୁନାହାନ୍ତି ପ୍ରକୃତ ସତ୍ୟ କଣ,  ଯେଉଁଥି ପାଇଁ ସେ ଏହି ଭିଡିଓ ପ୍ରସ୍ତୁତ କରି ସମସ୍ତଙ୍କୁ  ଜଣାଇବାକୁ ଉଦ୍ୟମ କରିଛନ୍ତି।

 

ଶନିବାର ଜାରି ହୋଇଥିବା ଭିଡିଓରେ ଅନୁଭବ କହିଛନ୍ତି ଯେ, ବିବାହର ୮ ବର୍ଷ ପରେ ମଧ୍ୟ ବର୍ଷା ତାଙ୍କୁ ‘ସ୍ବାମୀର ଅଧିକାର’ ଦେଇ ନାହାନ୍ତି କି ତାଙ୍କ ମନକୁ ବୁଝି ନାହାନ୍ତି। ଏମିତିକି ବିବାହର ପ୍ରଥମ ସାତ ଦିନ ପର୍ଯ୍ୟନ୍ତ ବର୍ଷା ନିଜ ସ୍ବାମୀଙ୍କ ସହ ନ ରହି ନିଜ ବାନ୍ଧବୀ ଙ୍କ ସହ ରହିଥିଲେ, ଏହା ନେଇ ଅନୁଭବ ଙ୍କ ପରିବାର ଦୁଃଖ କରିଥିଲେ ଯେହେତୁ ଅନୁଭବ ଭଲ ପାଇ ବାହା ହେଇଛନ୍ତି ତେଣୁ ସେ ଏ ସବୁ ସହ୍ୟ କରିଗଲେ । ଏହି ଭିଡିଓ ଜରିଆରେ ଅନୁଭବ ସ୍ପଷ୍ଟ କରିବାକୁ ଚାହୁଁଛନ୍ତି କି ବିବାହ ପରେ ବର୍ଷା ତାଙ୍କ ସହ ‘ଶାରୀରିକ ସଂପର୍କ’ ସ୍ଥାପନ ଲାଗି ଅନୁମତି ଦେଇ ନଥିଲେ, ଯାହାକୁ ଅନୁଭବ ସମ୍ମାନ ଦେଇଛନ୍ତି। ସ୍ବାମୀ-ସ୍ତ୍ରୀ ମଧ୍ୟରେ ଶାରୀରିକ ସଂପର୍କ ଅତ୍ୟନ୍ତ ପବିତ୍ର। ତେଣୁ ବିବାହ ପରେ ଏହା ସ୍ଥାପନ ହେବାକୁ ନଦେବାକୁ ଅନୁଭବ ଗ୍ରହଣ କରିପାରିନାହାନ୍ତି।

 

ଅନୁଭବ ଅଭିଯୋଗ ଆଣିଛନ୍ତି ଯେ, ବିଭିନ୍ନ ସମୟରେ ବର୍ଷା ତାଙ୍କୁ ମିଛ ପ୍ରତିଶ୍ରୁତି ଦେଇ ଠକିବାରେ ଲାଗିଛନ୍ତି । ଆଉ ସେ ବି କହିଛନ୍ତି ତାଙ୍କୁ ଛୁଆ ମାନେ ଭାରି ପସନ୍ଦ ଏବଂ ଏ ନେଇ ବର୍ଷା ସହ ସେ ବହୁତ ଥର କଥା ହେଇଛନ୍ତି। ହେଲେ ସେ କ୍ୟାରିଅର ଆଉ ଶାରୀରିକ ସମ୍ପର୍କ ରଖିବାରେ ଡର ବାହାନା ଦେଖେଇ ଅନୁଭବକୁ ଆଘାତ ଉପରେ ଆଘାତ ଦେଇଛନ୍ତି। ଏହି ଅଭିଯୋଗକୁ ସେ ତାଙ୍କ ଜୀବନରେ ଘଟିଥିବା ବିଭିନ୍ନ ଘଟଣା ବର୍ଣ୍ଣନା କରି ସ୍ପଷ୍ଟ କରିବାକୁ ଚାହିଁଛନ୍ତି । ସେ ନିଜକୁ ‘ମ୍ୟାରେଡ ବ୍ୟାଚେଲର’ ବୋଲି କହିଛନ୍ତି।

ତେବେ ପ୍ରଥମ ଥର ପାଇଁ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର ଅନୁଭବ ଓ ବର୍ଷାଙ୍କ ପ୍ରମ କାହାଣୀ ଏବଂ ଅନୁଭବଙ୍କ ଭିଡିଓ ଉପରେ ନିଜ ମତ ରଖିଲେ , କହିଲେ  ଏହା  ଭୁଝାବଣା ହେଇ ପାରେ କିନ୍ତୁ ଭଲ ପାଇବା ଭୁଲ ନୁହଁ,  ଆଉ ସାନ ଭାଇ ହିସାବରେ ଅନୁଭବ ଙ୍କୁ କହିଲେ ଯାହା କିଛି ହେଇ ଯାଇଛି ଠିକ ହେଇଯିବ । ଧର୍ଯ୍ୟ ଧରି ରହିବାକୁ ପରାମର୍ଶ ଦେଲେ ସିଦ୍ଧାନ୍ତ,

Leave a Reply

Your email address will not be published.