ସ୍ବାମୀ ଭିକି କୌଶଲଙ୍କୁ ନିଆରା ଉପାୟରେ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ କ୍ୟାଟ୍ରିନ୍‌ କୈଫ୍‌

Spread the love

ମୁମ୍ବାଇ: ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ଓ ଭିକି କୌଶଲ ବି-ଟାଉନ୍‌ର ଏବେ ସବୁଠାରୁ ଅଧିକ ଲୋକପ୍ରିୟ ଯୋଡ଼ି। ଏହି ଦୁଇ ଜଣ ବିବାହ କରିବା ପରେ ବେଶ୍‌ ଚର୍ଚ୍ଚାରେ ରହୁଥିବାର ନଜର ଆସିଛନ୍ତି। ବିବାହର ମାତ୍ର କିଛି ମାସ ମଧ୍ୟରେ ପ୍ରଥମେ କ୍ୟାଟ୍‌ଙ୍କ ସ୍ବାମୀ ଭିକିଙ୍କ ଜନ୍ମଦିନ ପଡ଼ିଛି। ଏହି ଶୁଭ ଦିନରେ ଏକଦମ ନିଆରା ଅନ୍ଦାଜରେ ସ୍ବାମୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କ୍ୟାଟ୍‌।

କ୍ୟାଟ୍‌ ଭିକିଙ୍କ ୩୪ତମ ଜନ୍ମଦିନ ଅବସରରେ ତାଙ୍କର ଓ ଭିକିଙ୍କର ଏକ ଯୁଗଳ ଫଟୋକୁ ସୋସିଆଲ୍‌ ମିଡିଆରେ ପୋଷ୍ଟ୍‌ କରି ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି। ଫଟୋ ପୋଷ୍ଟ୍‌ କରି କ୍ୟାଟ୍‌ ଲେଖିଛନ୍ତି, ‘ନ୍ୟୁୟର୍କୱାଲା ବାର୍ଥଡେ ମାଇଁ ଲଭ୍‌’। ଏହି ଫଟୋରେ ଭିକି କମେଣ୍ଟ୍‌ ଦେଇଛନ୍ତି, ‘ସ‌ାଦିସୁଦା ୱାଲା ବାର୍ଥଡେ।’

Leave a Reply

Your email address will not be published.